ୟୁପିଏ ଅଧ୍ୟକ୍ଷାଙ୍କୁ ଭେଟିଲେ ଏନଡିଏର ୩ମନ୍ତ୍ରୀ : ସଂସଦ ଅଧିବେଶନ ସୂଚାରୁ ରୂପେ ପରିଚାଳନ କରିବାକୁ ଲୋଡିଲେ ସହଯୋଗ

Advertisment
ୟୁପିଏ ଅଧ୍ୟକ୍ଷାଙ୍କୁ ଭେଟିଲେ ଏନଡିଏର ୩ମନ୍ତ୍ରୀ : ସଂସଦ ଅଧିବେଶନ ସୂଚାରୁ ରୂପେ ପରିଚାଳନ କରିବାକୁ ଲୋଡିଲେ ସହଯୋଗ

କନକ ବ୍ୟୁରୋ: ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଲେ ଏନଡିଏର ୩ ମନ୍ତ୍ରୀ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,ସଂସଦୀୟ କାର୍ଯ୍ୟରାଜ୍ୟମନ୍ତ୍ରୀ ଅର୍ଜୁନ ମେଘୱାଲ,ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସଂସଦ ଅଧିବେଶନ ପୂର୍ବରୁ ନରେନ୍ଦ୍ର ମୋଦି ସରକାର ବିରୋଧୀଙ୍କ ସାଥିରେ ନେବାକୁ ଚାହୁଁଛନ୍ତି ।

ଅଧିବେଶନ ସମୟରେ ଗୃହକାର୍ଯ୍ୟରେ ବିରୋଧୀ ଯେପରି କୌଣସି ବାଧା ସୃଷ୍ଟି ନକରନ୍ତୁ । ସେଥିପାଇଁ ଆଗୁଆ କେନ୍ଦ୍ରସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ଜୁନ ୧୭ରୁ ସଂସଦ ଅଧିବେଶନ ଆରମ୍ଭ ହେଉଛି । ଏହି ସମୟରେ ସରକାରଙ୍କ ପାଖରେ ୧୦ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାର ଚ୍ୟାଲେଂଜ ରହିଛି ।,ଏଥିପାଇଁ ବିରୋଧୀଙ୍କର ଯଥାସମ୍ଭବ ସହଯୋଗ ଆବଶ୍ୟକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe