ଓଡିଶାରେ ୩ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ । ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ

252

କନକ ବୁରୋ: ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ ଚିହ୍ନଟ ହୋଇଛି । ଏଥିରୁ ୭୩୭ ବ୍ରିଟେନ ଷ୍ଟ୍ରେନ, ୩୪ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ, ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଓଡିଶାରରେ ବ୍ରିଟେନର ୩ଟି ଷ୍ଟ୍ରେନ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସକେ ସିଂ ।

ଦେଶରେ ଧିରେ ଧିରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ ପଞ୍ଜାବର ସ୍ଥିତି ଖରାପ ହେବାରେ ଲାଗିଛି । ସେହିପରି ଓଡିଶାରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରୁ ୧୭୦ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ, କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନ ଆଉ ଏବେ ରାଉରକେଲାର ନିଟ୍ କରୋନା କବଳରେ ରହିଛନ୍ତି । ଏହି ସବୁ ଶିକ୍ଷାନୁଷ୍ଠାନମାନଙ୍କରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତାରେ ରାଜ୍ୟ ସରକାର ।