କନକ ବ୍ୟୁରୋ: ମାଓ ଇଲାକାରେ ‘ନାୟକ’ ଫିଲ୍ମର ସତ କାହାଣୀ । ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ କଥା ଉଠିଲେ ସମସ୍ତେ ହିନ୍ଦୀ ସିନେମା ‘ନାୟକ’ର ଉଦାହରଣ ଦିଅନ୍ତି । ହେଲେ ଆଦିବାସୀ ଅଞ୍ଚଳରେ ସେମିତି ଏକ କାହାଣୀ ଏବେ ସବୁଠି ଚର୍ଚ୍ଚାର ଖୁରାକ ଯୋଗାଇଛି । ଏଠି ମୁଖ୍ୟମନ୍ତ୍ରୀ ନୁହେଁ ବରଂ ଗୋଟିଏ ଦିନ ପାଇଁ ପୋଲିସ ସାଜିଛନ୍ତି ଆଦିବାସୀ ଛାତ୍ରୀ ।

Advertisment

ଆଜ୍ଞା ହଁ, ମାନକାନଗିରି ସୀମାନ୍ତ ଛତିଶଗଡ କୋଣ୍ଟା ଥାନାରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଯେଉଁଠି ୩ ଜଣ ଆଦିବାସୀ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ପୋଲିସର କ୍ଷମତା ଦେଇଛି ଛତିଶଗଡ ପୋଲିସ । ଦିନକ ପାଇଁ ଥାନା ଅଧିକାରୀ ଓ ସବ ଇନସପେକ୍ଟର ସାଜିଲେ ୩ ଆଦିବାସୀ ଛାତ୍ରୀ । ମହିଳା ଦିବସରେ ଏଭଳି ଅଭିନବ ଉପାୟରେ ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଛି ଛତିଶଗଡ ପୋଲିସ ।

ତେବେ ସୁକମା ଜିଲ୍ଲା ମାଓ ଉପଦୃତ ତଥା ମାଲକାନଗିରି ସୀମାରେ କୋଣ୍ଟା ଥାନାରେ ଗତକାଲି ଦେଖିବାକୁ ମିଳିଛି ଏଭଳି ଚିତ୍ର । ଦିବ୍ୟାସା ନାମକ ଛାତ୍ରୀ ଦିନକ ପାଇଁ ଥାନା ଅଧିକାରୀ ଭାର ସମ୍ଭାଳି ଥିବାବେଳେ କୋର୍ସା ସପନା ଓ ମଣ୍ଡାବୀ ଐଶ୍ଚର୍ଯ୍ୟା ସବ-ଇନସ୍ପେକ୍ଟର ଦାୟିତ୍ୱ ତୁଲାଇଥିଲେ । ଆଉ ଦିନ ତମାମ ଥାନାର ସମସ୍ତ କାମ କରିଥିଲେ । ପାଟ୍ରୋଲିଂ ଠାରୁ ଆରମ୍ଭ କରି ଯାନବାହାନ ଯାଞ୍ଚ ଯାଏଁ ପୋଲିସର ସବୁତକ କାମ କରିଥିଲେ ଏହି କୁନି ଅଧିକାରୀ ।

ତେବେ ମାଓ ଇଲାକାରେ ଛାତ୍ରଛାତ୍ରୀଙ୍କୁ ନକ୍ସଲ କବଳରୁ ରକ୍ଷା କରିବାକୁ ଆଉ ଲାଲଗଡରେ ମାଓବାଦୀଙ୍କୁ ମୂଳପୋଛ କରିବାକୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ଏଭଳି ପଦକ୍ଷେପ ନେଉଛି । ଯାହା ଫଳରେ ପିଲା ପୋଲିସ ଫ୍ରେଣ୍ଡଲି ହେବେ ଆଉ ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବେ ।