ଗୋଟିଏ ଟ୍ରାକରେ ୩ ଟ୍ରେନ୍ । ଟଳିଗଲା ବଡ ଦୁର୍ଘଟଣା, ଉଠିଲାଣି ପ୍ରଶ୍ନ ବାରମ୍ବାର ତ୍ରୁଟି ହେଉଛି କାହିଁକି?

Advertisment
ଗୋଟିଏ ଟ୍ରାକରେ ୩ ଟ୍ରେନ୍ । ଟଳିଗଲା ବଡ ଦୁର୍ଘଟଣା, ଉଠିଲାଣି ପ୍ରଶ୍ନ ବାରମ୍ବାର ତ୍ରୁଟି ହେଉଛି କାହିଁକି?

କନକ ବ୍ୟୁରୋ : ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ୩ ଟ୍ରେନ୍ । ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ତେବେ ଏଭଳି ଏକ ବଡ ଅଘଟଣକୁ ଏଡାଇ ଦିଆଯାଇପାରିଛି । ଏଭଳି ଏକ ଘଟଣା ରାଉରକେଲାରୁ ସାମ୍ନାକୁ ଆସିଛି ।

ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । କିନ୍ତୁ ବଡ ଦୁର୍ଘଟଣା ପୂର୍ବରୁ ଏହାକୁ ରୋକି ପାରିଛି ରେଳ ବିଭାଗ । କିନ୍ତୁ ପ୍ରଶ୍ନ ଉଠୁଛି ଏକାସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି? କାହିଁକି ଏଭଳି ତ୍ରୁଟି ଦେଖାଦେଲା? କିଏ ଏଥିପାଇଁ ଦାୟୀ? ଯଦି କୌଣସି ଅଘଟଣା ହୋଇଥାନ୍ତା ତେବେ କିଏ ଏଥିପାଇଁ ଦାୟୀ ରହିଥାନ୍ତା? ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମଧ୍ୟ କାହିଁକି ଏଭଳି ଭୁଲ ବାରମ୍ବାର ହେଉଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe