କନକ ବ୍ୟୁରୋ: ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ି ବସିଲା ଏସଟିଏଫ । କୋରାପୁଟ ଫରେଷ୍ଟ ଡିଭିଜନ ଓ ପୋଲିସ ସହାୟତାରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଘଟଣାରେ ୩ ଜଣଙ୍କୁ କାବୁ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ । ଗିରଫ ଅଭିଯୁକ୍ତମାନେ ହେଲେ ସିମିଳିଗୁଡାର ସଦା ଦିଶାରୀ, ପଟାଙ୍ଗୀର ମୋସେସ ଖରା ଓ ସିମିଳିଗୁଡାର ଲାଣ୍ଡୁ ଟାଡିଙ୍ଗି ।
ଅଭିଯୁକ୍ତଙ୍କ ନାଁରେ ଦଫା ୩୦୩ ( ୨ ) , ୩୦୭ (୨) , ୬୧(୨) ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୫୧ ଓ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ବଜ୍ରକାପ୍ତାକୁ କେଉଁଠୁ ଧରାଯାଇଥିଲା । କେଉଁଠିକୁ ଚାଲାଣ କରାଯାଉଥିଲା ? ଏହି ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ? ତାହା ଜାଣିବାକୁ ଅଧିକ ତଦନ୍ତ କରଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/9-16.jpg)