ସମୁଦ୍ର ଗାଧୋଉଥିବା ବେଳେ ଭାସିଗଲେ ୩ ପର୍ଯ୍ୟଟକ: ଜଣେ ନିଖୋଜ, ୨ ଜଣଙ୍କୁ ଉଦ୍ଧାର

166

କନକ ବ୍ୟୁରୋ: ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ସମୟରେ ଭାସିଗଲେ ତିନି ପର୍ଯ୍ୟଟକ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ସହିଦ ଅନୱର । ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଉଛନ୍ତି ୨୨ବର୍ଷୀୟ ଭଦ୍ରକ ବିଟିପୁର ଅଞ୍ଚଳର ରହେଶ କୁମାର ସିଂ ଏବଂ ଅନ୍ୟ ଜଣେ ହେଲେ ଅନୁଗୁଳର ୨୨ବର୍ଷୀୟ ଓମ୍ ପ୍ରକାଶ ଯାଦବ ।

ଲାଇଟ୍ ହାଉସ ନିକଟ ସମୁଦ୍ରରେ ଗାଧୋଉଥିବା ସମୟ ଏଭଳି ଅଘଟଣ ଘଟିଛି । ଲାଇଫଗାର୍ଡ ମାନେ ତିନି ପର୍ଯ୍ୟଟକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରି ପୁରୀ ସଦର ହସପିଟାଲରେ ଭର୍ତ୍ତି କରିଛନ୍ତି । ଜଣେ ସୁସ୍ଥ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି।