ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀର ପୁଲୱାମାରେ କାର୍ଯ୍ୟାନୁଷ୍ଠାନରେ ନିପାତ ହେଲେ ଅଲ-ବଦର ସଂଗଠନର ୩ ଆତଙ୍କୀ

92

କନକ ବ୍ୟୁରୋ : ସେନାକୁ ମିଳିଲା ସଫଳତା । ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହେଲେ ୩ ଆତଙ୍କୀ । ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାର ଟିକେନ ଅଂଚଳରେ ସେନାର ଏହି କାର୍ଯ୍ୟନୁଷ୍ଠାନ । ନିହତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।

କିଛି ଆତଙ୍କବାଦୀ ସମ୍ପୃକ୍ତ ଅଂଚଳରେ ଲୁଚିଥିବାର ଖବର ପାଇବା ପରେ ସେନା ସେଠାରେ ଖାନତଲାସି ଚଳାଇଥିଲା । ଏହି ସମୟରେ ଆତଙ୍କବାଦୀ ମାନେ ଗୁଳିଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଜବାବୀ ଗୁଳିରେ ୩ ଆତଙ୍କବାଦୀ ମାଟି କାମୁଡ଼ିଥିଲେ । ନିହତ ଆତଙ୍କୀ ଅଲ-ବଦର ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି ।