ଜମ୍ମୁ-କାଶ୍ମୀର ସୋପିଆନରେ ସେନାକୁ ବଡ ସଫଳତା । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ, ଜଣେ ଆତଙ୍କବାଦୀର ଆତ୍ମସମର୍ପଣ

Advertisment
ଜମ୍ମୁ-କାଶ୍ମୀର ସୋପିଆନରେ ସେନାକୁ ବଡ ସଫଳତା । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ, ଜଣେ ଆତଙ୍କବାଦୀର ଆତ୍ମସମର୍ପଣ

ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଗୁରୁବାର ଦିନ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ଶୋପିଆଁ ଜିଲ୍ଲାର କାନିଗାମ୍‌ ଅଞ୍ଚଳରେ ନିରାପତ୍ତା ବଳ ବେଢ଼ି ରହିଥିବା ଉକ୍ତ ଆତଙ୍କବାଦୀମାନେ ଆତ୍ମସମର୍ପଣ ନ କରି ଗୁଳି ଚଳାଇବାରୁ ସେମାନଙ୍କ ଉପରକୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳତଃ, ୩ଜଣ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ନିହତ ହୋଇଥିବା କଥା କଶ୍ମୀର ପୁଲିସ ସୂଚନା ଦେଇଛି।

ଟୁଇଟ୍‌ କରି ଜମ୍ମୁ ଓ କଶ୍ମୀର ପୁଲିସ କହିଛି, ଶୋପିଆଁ ଜିଲ୍ଲାର କାନିଗାମରେ ‘ଅଲ୍‌-ବଦର୍‌’ ଆତଙ୍କବାଦୀ ସଙ୍ଗଠନର ୪ଜଣ ନବନିଯୁକ୍ତ ସ୍ଥାନୀୟ ଆତଙ୍କବାଦୀ ଅବରୁଦ୍ଧ ହୋଇ ରହିଯାଇଥିଲେ। ଆତ୍ମସମର୍ପଣ କରିବା ଲାଗି ପୁଲିସ ଓ ନିରାପତ୍ତା ବଳ ସେମାନଙ୍କୁ ସାଧ୍ୟମତେ ବୁଝାଇବାକୁ ଉଦ୍ୟମ କରିଥିଲେ।କିନ୍ତୁ, ଆତ୍ମସମର୍ପଣ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଅବରୁଦ୍ଧ ଆତଙ୍କବାଦୀମାନେ ମିଳିତ ତଲାସକାରୀଙ୍କ ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ୍‌ ଫିଙ୍ଗିଥିଲେ।

ସଦ୍ୟତମ ସୂଚନା ଅନୁସାରେ, ଜଣେ ଆତଙ୍କବାଦୀ ନିରାପତ୍ତା ବଳଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ନାମ ତୌସିଫ୍‌ ଅହମଦ୍‌ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe