କନକ ବ୍ୟୁରୋ: ଜମ୍ମୁକଶ୍ମୀର ଅନନ୍ତନାଗରେ ସୁରକ୍ଷାବଳ ଓ ପୋଲିସ ମୁହାଁମୁହିଁ । ସୁରକ୍ଷାବଳର ଗୁଳିମାଡରେ ୩ ଆତଙ୍କବାଦୀ ନିପାତ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଅଂଚଳରେ ୧୯ ରାଷ୍ଟ୍ରୀୟ ରାଇଫଲ ଓ ସିଆରପିଏଫର ଏକ ମିଳିତ ଟିମ ଓ ଆତଙ୍କବାଦୀ ଅନନ୍ତନାଗର ରୁନିପୋରା ଅଚଂଳରେ ମୁହାଁମୁହିଁ ହୋଇଥିଲେ । ତାପରେ ସୁରକ୍ଷାବଳ ଆତଙ୍କବାଦୀଙ୍କୁ ଚାରିପଟୁ ଘେରାଉ କରିଥିଲେ ।
ଖସି ନପାରି ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ଏହାର ମୁହଁତୋଡ ଜବାବ ଦେଇ ଆତଙ୍କବାଦୀଙ୍କୁ ଏନକାଉଁଟର କରିଛି । ଘଟଣାସ୍ଥଳରୁ ଗୋଟିଏ ରାଇଫଲ ସହ ୨ ପିସ୍ତଲ ଜବତ ହୋଇଛି । ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରି ତଲାସି ଜାରି ରଖିଛି ସୁରକ୍ଷା ବଳ । ଚଳିତ ବର୍ଷ ଜମ୍ମୁକାଶ୍ମୀରରେ ୧୧୬ ଆତଙ୍କବାଦୀଙ୍କୁ ମାରିଲେଣି ସେନା । କେବଳ ଶେଷ ୨୯ ଦିନରେ ୩୮ ଜଣ ଆତଙ୍କୀ ନିପାତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/1-46.jpg)