କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ ଅନ୍ତର୍ଗତ ଜୋଲ୍‌ୱା କ୍ରାଲ୍‌ପୋରା ଚାଦୂରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ନିରାପତ୍ତା ବଳଙ୍କ ସହ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି କଶ୍ମୀର ଆଇ.ଜି.ପି. ବିଜୟ କୁମାର କହିଛନ୍ତି।ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଭଳି ମାରାତ୍ମକ ସାମଗ୍ରୀ ଉଦ୍ଧାର କରାଯାଇଛି। ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଥିବା କଥା ଆଇ.ଜି.ପି. ସୂଚନା ଦେଇଛନ୍ତି। ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ। ସେମାନଙ୍କର ପରିଚୟ ଏବଂ ସଙ୍ଗଠନ ବିଷୟରେ ଜାଣିବାକୁ ଉଦ୍ୟମ ଚାଲିଛି। ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସମେତ ବହୁ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି।

Advertisment

ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ପୁଲିସ ଓ ନିରାପତ୍ତା ବଳଙ୍କ ମିଳିତ ଟିମ୍‌ ସମ୍ପୃକ୍ତ ଅଞ୍ଚଳକୁ ଘେରି ଯାଇ ତଲାସ ଆରମ୍ଭ କରିଥିଲେ। ନିରାପତ୍ତା ବଳ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସ୍ଥାନର ନିକଟବର୍ତ୍ତୀ ହେବାକ୍ଷଣି ସେମାନେ ଭୀଷଣ ଗୁଳି ଚଳାଇଲେ। ବାଧ୍ୟ ହୋଇ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।