ଜାମ୍ମୁକାଶ୍ମୀରର ସୋପିଆନରେ ସେନାର ଏନକାଉଣ୍ଟର । ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହେଲେଣି । ପ୍ରଥମେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତୀୟ ସେନା । ଶେଷ ଖବର ସୁଦ୍ଧା ତୃତୀୟ ଆତଙ୍କୀ ବି ନିପାତ ହୋଇଛି । ଆଜି ବଡି ଭୋରରୁ ସୋପିଆନର ସୁଗୋ ହେଧାମା ଅଂଚଳରେ ଚାଲିିଥିଲା ଏହି ଅପରେସନ ।
ତେବେ ଅଞ୍ଚଳକୁ ସିଲ୍ କରି ସେନା ଅପରେସନ ଜୋରଦାର ଚଳାଇଛି । ଅଞ୍ଚଳରେ ଆଉ କିଛି ଆତଙ୍କୀ ଛପିଥିବା ସନ୍ଦେହ କରାଯାଉଛି । ଚଳିତ ସପ୍ତାହରେ ସେନା ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଏହା ତୃତୀୟ ଏନକାଉଣ୍ଟର ଘଟଣା । ଗତ ରବିବାର ଏନକାଉଣ୍ଟରରେ ସେନା ୫ ଆତଙ୍କୀଙ୍କୁ ନିପାତ କରିଥିଲା । ଗତ ଦୁଇ ସପ୍ତାହରେ ଭାରତୀୟ ସେନା ୧୮ ଆତଙ୍କବାଦୀଙ୍କୁ ହତ୍ୟା କଲାଣି ।
Follow Us
/kanak/media/post_attachments/wp-content/uploads/2020/06/1da1cb21-2195-46df-ad48-404f4268985b-300x199.jpg)