କନକ ବ୍ୟୁରୋ: ଶ୍ରୀନଗର ପାନ୍ଥା ଚୌକରେ ୩ ଆତଙ୍କୀଙ୍କୁ ନିପାତ କରିଛି ସେନା । ଦକ୍ଷିଣ କାଶ୍ମୀରରେ ଜୈଶ୍- ଏ- ମହମ୍ମଦ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇ ୬ ଜଣ ସୈନିକ ସହିଦ ହେବା ପରେ ଏଠିକାର ବିଭିନ୍ନ ଇଲାକାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ଭାରତୀୟ ସେନା । ଏହାସହ କାଶ୍ମୀର ମାଟିରୁ ଆତଙ୍କକୁ ମୂଳପୋଛ କରିବାକୁ ପ୍ରତିଜ୍ଞା କରିଛି ସେନା ।

Advertisment

ସୂଚନା ମୁତାବକ, ଗୁରୁବାର ମଧ୍ୟ ସେନା ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଏହାକୁ ମିଶାଇ ଲଗାତାର ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲାଣି ସେନା । ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଏକାଧିକ ଆତଙ୍କବାଦୀ ଗୋଷ୍ଠୀଙ୍କର ଆତଙ୍କବାଦୀ ଲୁଚି ରହିଥିବା ଜାଣିବା ପରେ ଏହାକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛି ସେନା । ଏହାସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।