ଜାମ୍ମୁକାଶ୍ମୀର ସୋପିଆନ ଏନକାଉଣ୍ଟର । ନିପାତ ହେଲେ ୩ ଆତଙ୍କବାଦୀ । ବିଜେପି ନେତାଙ୍କ ଘରେ କରିଥିଲେ ହମଲା ।

662

କନକ ବ୍ୟୁରୋ: ସୋପିଆନରେ ଏନକାଉଁଟର । ନିପାତ ହେଲେ ତିନି ଆତଙ୍କବାଦୀ । ଜାମ୍ମୁକାଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀ ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଜୈନାପୁରା ଅଂଚଳର ସୁଗୁନ ଗାଁରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ଖବର ପାଇ ଅପରେସନ ଆରମ୍ଭ କରାଯାଇଥିଲା । ଯବାନଙ୍କୁ ଦେଖିବା ମାତ୍ରେ ଆତଙ୍କବାଦୀ ଗୁଳି ମାଡ କରିବା ପରେ ଉଭୟ ପଟୁ ଗୁଳିବିନିୟମ ଆରମ୍ଭ ହୋଇଥିଲା । ଦୀର୍ଘ ୧୨ ଘଂଟାର ଗୁଳିବିନିମୟ ପରେ ତିନି ଆତଙ୍କବାଦୀ ସଫା ହୋଇଥିବା ସୂଚନା ମିଳିଛି । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି । ଏବେ ଆତଙ୍କବାଦୀଙ୍କୁ ଚିହ୍ନଟ କରି ସଂଗଠନ ବାବଦରେ ତଥ୍ୟ ହାସଲ ପାଇଁ ଉଦ୍ୟମ କରୁଛନ୍ତି ଭାରତୀୟ ଯବାନ ।

ନେତାଙ୍କ ଘରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କୀକୁ ମାରି ସହିଦ ହେଲେ ପିଏସଓ ।
ସେପଟେ ଗନେ୍ଧରବଲରେ ଆତଙ୍କବାଦୀ ହମଲାରେ ନିହତ କନେଷ୍ଟବଳ ମହମ୍ମଦ ଅଲତାଫ ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସାଥୀ ପୁଲିସ କର୍ମଚାରୀ । ଶ୍ରୀନଗର ସ୍ଥିତି ପୁଲିସ ମୁଖ୍ୟାଳୟ ଠାରେ ଶ୍ରଦ୍ଧାସୁମନ ଦେବା ପରେ ଶେଷକୃତ୍ୟ ପାଇଁ ପାର୍ଥିବ ଶରୀରକୁ ପୈତୃକ ଗାଁକୁ ପଠାଇ ଦିଆଯାଇଛି । ମଙ୍ଗଳବାର ରାତିରେ ଗନ୍ଦେରବଲର ବିଜେପି ନେତା ଗୁଲାମ କାଦିର ଖାନଙ୍କ ଘରେ ହମଲା କରିଥିଲେ ଆତଙ୍କହବାଦୀ । ହେଲେ ନେତାଙ୍କୁ ରକ୍ଷା କରିବାକୁ ଯାଇ ଏସଓପି ଅଲତାଫ ହୁସେନ ପ୍ରାଣବଳୀ ଦେଇଛନ୍ତି । ତେବେ ମରିବା ଆଗରୁ ସେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।

କିଛି ଦିନ ହେଲା କାଶ୍ମୀରରେ ସୁରକ୍ଷାକର୍ମୀ ଲଗାତାର ଆତଙ୍କବାଦୀ ନିପାତ ଅପରେସନ ଜାରି ରଖିଛନ୍ତି । ଯାହା ଘାଟିରେ ସକ୍ରିୟ ଆତଙ୍କବାଦୀ ସଂଗଠନକୁ ବିଚଳିତ କରିପକାଇଛି । ଆଉ ବଛା ବଛା ଟପ କମାଣ୍ଡରଙ୍କ ମୃତ୍ୟୁ ପରେ ଏବେ ଭୟଭୀତ ହୋଇପଡିଛନ୍ତି ଆତଙ୍କବାଦୀ ସଂଗଠନ ।