ଭାରତୀୟ ସେନାର ଅପରେସନ ଅଲଆଉଟ ! ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ସେନା, ଆଉ ତିନି ଆତଙ୍କବାଦୀ ନିହତ

15

ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଦମନ ଅପରେସନରେ ସେନାକୁ ସଫଳତା ମିଳିଛି । ଜମ୍ମୁକାଶ୍ମୀରରୁ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ସେନା ଆରମ୍ଭ କରିଥିବା ଅପରେସନ ଅଲଆଉଟକୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର କମାଣ୍ଡର ୱସିମ ଅହମଦ ଶାହ ଓ ଆତଙ୍କୀ ନିସାର ଅହମଦ ମୀରକୁ ନିହତ କରିଛି ସେନା । ଆଜି ଭୋରରୁ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ।

ଆତଙ୍କବାଦୀ ମାନେ ପୁଲୱାମା ଅଞ୍ଚଳରେ ଲୁଚିଥିବା ସୂଚନା ପାଇବା ପରେ ସେନା ତରଫରୁ ଅପରେସନ ଆରମ୍ଭ କରାଯାଇଥିଲା । କିନ୍ତୁ ଆତଙ୍କବାଦୀ ସେନା ଉପରକୁ ଗୁଳି ଚଳାଇଥିଲେ ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇ୍ଥିଲା । ମୁହାଁମୁହିଁ ପରିସ୍ଥିତିରେ ୩ଜଣ ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ ସେନା । ଏହାସହ ସେନା ଗୁଳିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୂର୍ବରୁ ବୁଧବାର ଦିନ ମଧ୍ୟ ଜମ୍ମୁ କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ମଧ୍ୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଇ-ତୋଇବାର ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ବାୟୁସେନାର ୨ଗରୁଡ କମାଣ୍ଡର ମଧ୍ୟ ସହିଦ ହୋଇଥିଲେ ।

ଗତ କିଛିଦିନ ପୂର୍ବେ କାଶ୍ମରୀରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ପକ୍ଷରୁ ଅପରେସନ ଅଲଆଉଟ ଆରମ୍ଭ କରାଯାଇଥିଲା । ଏହି ଅପରେସନ ଅନୁଯାୟୀ, ସେନା ପକ୍ଷରୁ ଆତଙ୍କବାଦୀଙ୍କ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଏହି ଲିଷ୍ଟକୁ ଆଧାର କରି କାଶ୍ମୀରର ବିଭିନ୍ନ ସ୍ଥାନରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି । ଏହି ଅପରେସନରେ ସେନା ଶତକ ମାରି ସାରିଲାଣି ।