୨୦୧୯-୨୦ ଶିକ୍ଷାବର୍ଷରୁ ବଦଳିବ ଯୁକ୍ତ ତିନି ପାଠ୍ୟଖସଡ଼ା । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ ତିନି କଲେଜରେ ଲାଗୁ ହେବ ଏକକ ତଥା ମଡେଲ୍ ୟୁଜି ସିଲାବସ୍ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସିଲାବସ୍ ପ୍ରସ୍ତୁତ ସରିବା ସହ ବିଶେଷଜ୍ଞମାନଙ୍କ ନିକଟକୁ ପଠାଯାଇଛି । ତର୍ଜମା କରାଯିବା ପରେ ଆସନ୍ତା ଶିକ୍ଷାବର୍ଷରୁ ନୂତନ ପାଠ୍ୟଖସଡ଼ା ଲାଗୁ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚଶିକ୍ଷା ବିଭାଗ ।
ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତ ହେବ । ଫଳରେ ଛାତ୍ରଛାତ୍ରୀ ବର୍ଷତମାମ୍ ବିଭିନ୍ନ ବିଷୟର ସମ୍ଭାବ୍ୟ ପ୍ରଶ୍ନଗୁଡିକୁ ଦେଖି ପ୍ରସ୍ତୁତି କରିପାରିବେ । ସିବିଏସଇରେ ଏନସିଇଆରଟିର ମଡେଲ୍ ପୁସ୍ତକ ପ୍ରଚଳନ ହେବା ଭଳି ଆମ ରାଜ୍ୟରେ ମଧ୍ୟ ମଡେଲ ପୁସ୍ତକ ପ୍ରସ୍ତୁତ ହେବ । ଠିକ୍ ସମୟରେ ପରୀକ୍ଷା ଫଳ ବାହାର କରିବାକୁ ଗୁରୁତ୍ୱ ଦିଆଯିବ । ନାମଲେଖା ସମୟରେ ପରୀକ୍ଷା ବାବଦରେ ଫି’ ମଧ୍ୟ ସଂଗ୍ରହ କରାଯିବ। ଫଳରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଆଉ ଫର୍ମ ପୂରଣ କରିବାକୁ ପଡ଼ିବନି। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ଅନଲାଇନରେ ଏକକ ନାମଲେଖା ବ୍ୟବସ୍ଥା ହେବ। ଗୋଟିଏ ସମୟରେ ପ୍ରବେଶିକା ପରୀକ୍ଷା ହେବା ସହ ଫଳ ମଧ୍ୟ ବାହାରିବ। ସେହିପରି ବିଶ୍ୱବିଦ୍ୟାଳୟ ଗୁଡିକରେ ଗବେଷଣାର ଉନ୍ନତି ପାଇଁ ‘ଷ୍ଟେଟ୍ ରିସର୍ଚ୍ଚ ଫେଲୋସିପ୍’ ଦେବାକୁ ପ୍ରସ୍ତାବ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/FB_IMG_1483858944188.jpg)
/kanak/media/post_attachments/wp-content/uploads/2018/09/o4-300x127.jpg)