କନକ ବ୍ୟୁରୋ: ଉତ୍ତରରପ୍ରଦେଶ ବାରାବଙ୍କିରେ ରବିବାର ବିଳମ୍ବିତ ରାତିରେ ଅଘଟଣ । ତାସ ଘର ଭଳି ଭୁଶୁଡିପଡିଲା ୩ ମହଲା କୋଠା । ୟା ଭିତରେ ଥିବା ପରିବାର ଭଙ୍ଗା କୋଠା ତଳେ ଦବିଗଲେ । ଘଟଣା ଘଟିବାବେଳକୁ ସେମାନଙ୍କ ଚିକ୍ରାର ଶୁଣି ପାଖ ଲୋକେ ଦୌିଡିଆସି ଉଦ୍ଧାର କାର୍ଯ୍ୟ ଉଦ୍ଧାର କରିଥିଲେ । ଏବେ ସେଠାରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Advertisment

କୋଠା କାହିଁକି ଭୁଶୁଡିଲା ତା’ର କାରଣ ଏଯାଏଁ ଜଣାପଡିନାହିଁ । ସ୍ଥାନୀୟ ପୁଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଠାଟି ମାତ୍ର ୩ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା । ଏଥିରେ କୌଣସି ଫାଟ କି ଅନ୍ୟ ସମସ୍ୟା ଥିବା ପରି ଜଣାପଡୁନଥିଲା । ତେଣୁ ଏହା ହଠାତ୍ କାହିଁକି ଭୁଶୁଡିପଡିଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।