୩ରାଜ୍ୟର କିଏ ଧରିବେ ମଙ୍ଗ, ଖୋଜ ସହ ମାନସମନ୍ଥନ କରୁଛି ବିଜେପ । ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତିି ପର୍ଯ୍ୟବେକ୍ଷକ

98

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଚେହେରା ଭିତରେ ଜାରି ରହିଛି ବିଜେପିର ମାନସମନ୍ଥନ । ରାଜସ୍ଥାନ ପାଇଁ ସବୁଠୁ ଅଧିକ କସରତ କରୁଛି ଦଳ । ସେପଟେ ଚର୍ଚ୍ଚା ସାଉଁଟିଛି ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଖବରକୁ ଅଣଦେଖା କରିବାକୁ ବାବା ବାଲକନାଥ କହିଛନ୍ତି । ଜଣେ ସାଂସଦ ଓ ବିଧାୟକଭାବେ ଦେଶର ସେବା କରିବାକୁ ମୌକା ମିଳିଛି ଓ ଆଗକୁ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ ଜାରି ରଖିବେ ବୋଲି ପୋଷ୍ଟ କରିଛନ୍ତି । ବାବା ବାଲକନାଥଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଦୀୟା କୁମାରୀ ଓ ନୂଆ ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଥିବା ଚର୍ଚ୍ଚା ହେଉଛି ।

ସେପଟେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ୩ରାଜ୍ୟକୁ ୯ଜଣ ପର୍ଯ୍ୟବେକ୍ଷକଙ୍କୁ ପଠାଇଛି । ସୋମବାର ବିଧାୟକ ଦଳ ବୈଠକ ବସିବା ପରେ ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ନିଷ୍ପତି ନିଆଯାଇପାରେ ବୋଲି କହିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ମନହୋର ଲାଲ ଖଟ୍ଟର ।ସେପଟେ ଛତିଡଗଡ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଳାଉଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର ବାଜିବ ।

ତିନି ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ସିଧାସଳଖ ବିଧାୟକଙ୍କ ସହ କଥା ହୋଇ ସେମାନଙ୍କ ମତ ନେବେ ପର୍ଯ୍ୟବେକ୍ଷକ । ଏହା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ପରାମର୍ଶ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ଅନ୍ୟପ୍ଣଙ୍କ ବିଜେପିକୁ କଟାକ୍ଷ କରିଛନ୍ତି ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ବିଜେପି ଅନୁଶାସନ କଥା କହୁଛି କିନ୍ତୁ ଫଳାଫଳକୁ ୭ଦିନ ବିତିଯାଇଥିଲେ ବି ମୁଖ୍ୟମନ୍ତ୍ରୀ ଚୟନ କରିପାରୁନି

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ବିଜୟୀ ହୋଇଥିଲା । ଏହି ତିନି ରାଜ୍ୟରେ ଅନେକ ସାଂସଦ ଓ ମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟୀ ହୋଇଛନ୍ତି । ଏହା ପରେ ସେମାନେ ସାଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୌଡ ଅଧିକ ରୋଚକ ହୋଇପଡିଛି । ଏମାନଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ବଢିଛି