୩ ବିଧାୟକଙ୍କର ଟିକେଟ କାଟିଲା ବିଜେଡି। ଜାଣନ୍ତୁ ୩ ଆସନରେ କାହାକୁ ଭରସିଲେ ନବୀନ?

5,871

କନକ ବ୍ୟୁରୋ : ବିଜେପି ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୫ମ ପର୍ଯ୍ୟାୟରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୨ଟି ଆସନରେ ପ୍ରାର୍ଥୀ ଅଦଳବଦଳ କରିଛନ୍ତି ବିଜେଡି ସୁପ୍ରିମୋ । ୫ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୩ ବିଧାୟକଙ୍କର ଟିକେଟ କାଟିଛି ଦଳ । ଅନୁଗୁଳ, ନିମାପଡା ଓ କୁଚିଣ୍ଡାରେ ଥିବା ବିଧାୟକଙ୍କର ଟିକେଟ ନୂଆ ମୁହଁକୁ ସୁଯୋଗ ଦେଇଛି ଦଳ ।

ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂଙ୍କର ଟିକେଟ କାଟିବା ସହ ଏହି ଆସନରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ବଦଳରେ ରାଜେନ୍ଦ୍ର କୁମାର ଛତ୍ରିଆଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିମାପଡା ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶଙ୍କ ବଦଳରେ ଏଠାରେ ଦିଲ୍ଲୀପ କୁମାର ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ବିଭିନ୍ନ ମାମଲାରେ ବିବାଦୀୟ ହୋଇଥିବା ସମୀର ଦାଶଙ୍କୁ ଦଳ ଭରସିନାହିଁ । ବରଂ ନୂଆ ଚେହେରା ଭାବେ ଦିଲ୍ଲୀପଙ୍କୁ ବିଜେଡି ସୁଯୋଗ ଦେଇଛି ।