ପ୍ରବାସୀଙ୍କୁ ନେଇ ଓଡିଶା ଆସୁଛି ୩ଟି ଟ୍ରେନ୍: ଆଜି ଅପରାହ୍ନ ୪ଟା ଓ ରାତି ୧୦ଟାରେ ସୁରଟରୁ ବ୍ରହ୍ମପୁର ଅଭିମୁଖେ ବାହାରିବ ୨ଟି ସ୍ୱତନ୍ତ୍ର ଟ୍ରେନ୍; ସଂଧ୍ୟା ୬ଟାରେ ଏରନାକୁଲମରୁ ଭୁବନେଶ୍ୱର ଗଡିବ ଆଉ ଏକ ଟ୍ରେନ

1,412

କନକ ବ୍ୟୁରୋ: ପ୍ରବାସୀ ଓଡିଆଙ୍କୁ ଧରି ଆଜି ପୁଣି ଗଡିବ ୩ଟି ସ୍ୱତନ୍ତ୍ର ଟ୍ରେନ । ଗୁଜୁରାଟର ସୁରତ ଓ କେରଳର ଏର୍ଣ୍ଣାକୁଲମରୁ ଆଜି ରାତି ସୁଦ୍ଧା ଏହି ଟ୍ରେନ ବାହାରିବ । ସୁରତରୁ ଅପରାହ୍ଣ ୪ଟା ଓ ରାତି ୧୦ଟାରେ ବ୍ରହ୍ମପୁର ଅଭିମୁଖେ ୨ଟି ଟ୍ରେନ ବାହାରିବ । ସେହିଭଳି ଏର୍ଣ୍ଣାକୁଲମରୁ ସଂଧ୍ୟା ୬ଟାରେ ଆଉ ଏକ ଟ୍ରେନ ଭୁବନେଶ୍ୱର ଆସିବ । କେନ୍ଦ୍ର ଗୃହମନ୍ତ୍ରାଳୟର ନିୟମ ଅନୁସାରେ ଟ୍ରେନ ଗୁଡିକ ପଏଂଟ ଟୁ ପଏଂଟ ଅର୍ଥାତ୍ ଗୋଟିଏ ସ୍ଥାନରୁ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ପହଁଚିବ, ବାଟରେ କେଉଁଠି ଅଟକିବ ନାହିଁ ।

ହେଲେ ଏର୍ଣ୍ଣାକୁଲମ୍ରୁ ଆସିବାକୁ ଥିବା ଟ୍ରେନଟିକୁ ଜଗନ୍ନାଥପୁର ଓ ଖୋର୍ଦ୍ଧା ରୋଡରେ ଅଟକାଇବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏହି ଟ୍ରେନରେ ଆସୁଥିବା ପ୍ରାୟ ୧୨ଶହ ଶ୍ରମିକଙ୍କୁ ଭୁବନେଶ୍ୱରରେ ପହଁଚିବା ପରେ ସଂଗରୋଧ କେନ୍ଦ୍ରକୁ ନେବା କଷ୍ଟକର ହେବ । ତେଣୁ ଜଗନ୍ନାଥପୁରରେ ଟ୍ରେନ ଅଟକାଇ, ବ୍ରହ୍ମପୁର ଓ ଏହା ଆଖପାଖ ଅଂଚଳର ଶ୍ରମିକମାନଙ୍କୁ ସେହିଠାରେ ଥିବା କ୍ୱାରେନ୍ଟିନ୍ ସେଂଟରକୁ ନେବା ପାଇଁ ସରକାର ଯୋଜନା କରୁଛନ୍ତି ।