ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ, ୧୫ରୁ ଅଧିକ ଯବାନ ଆହତ ।

162

କନକ ବ୍ୟୁରୋ : ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ । ଛତିଶଗଡ ନାରାୟଣପୁରରେ ବଡ଼ ଧରଣର ବିସ୍ଫୋରଣ । ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ ।

ଆଇଡି ବିସ୍ଫୋରଣରେ ୩ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏହି ଭୟଙ୍କର ଆଇଡି ବିସ୍ଫୋରଣରେ ୧୫ଜଣରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଛତିଶଗଡ଼ ଡିଜି ଡି.ଏମ୍. ଅବସ୍ତି ଏନେଇ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ମାଲକାନଗିରି ସୀମା ତଥା ଛତିଶଗଡର ନାରାୟଣପୁରରେ ବଡ ଧରଣର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ଯବାନଙ୍କୁ ନେଇ ଯାଉଥିବା ଏକ ବସକୁ ମାଓବାଦୀମାନେ ଆଇଡି ବିସ୍ଫୋରଣରେ ଉଡାଇ ଦେଇଛନ୍ତି ।