ଚୀନ୍ ଚାପରେ ପାକିସ୍ତାନ ସୀମାରେ ଯୁଦ୍ଧ ବିରତି ଉଲଙ୍ଘନ କରୁଛି ପାକିସ୍ତାନ । ପାକ୍ ସେନା ଗୁଳିରେ ୩ ଭାରତୀୟ ଯବାନ ସହିଦ, ମୁହଁତୋଡ ଜବାବ ଦେଉଛି ଭାରତୀୟ ସେନା ।

1,235

କନକ ବ୍ୟୁରୋ : ପାକିସ୍ତାନ ସେନା ଗୁଳିରେ ଆଜି ୩ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏହା ସହିତ ୫ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅତର୍କିତ ଆକ୍ରମଣ ପରେ ଭାରତୀୟ ସେନା ସୀମାରେ ସଜାଗ ରହିବା ସହ ପାକିସ୍ତାନ ସେନା ଉପରେ ଗୁଳି ବର୍ଷା କରିଛି । ସେନାର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି ଅର୍ନ୍ତରାଷ୍ଟ୍ରୀୟ ସୀମା ନିକଟରୁ ପାକିସ୍ତାନ ସେନା ଭାରତୀୟ ସେନା ପୋଷ୍ଟକୁ ଲକ୍ଷ କରି ମୋଟାର ମାଡ କରିଥିଲେ ।

ସେନାର ଜଣେ ପ୍ରବକ୍ତା କହିଛନ୍ତି କି ଉତ୍ତର କାଶ୍ମୀର କୁପୱାରା ଜିଲ୍ଲା ନୌଗାମ ସେକ୍ଟରରେ ପାକିସ୍ତାନ ସେନା ଦ୍ୱାରା ହଠାତ ମୋଟାର ମାଡ କରାଯାଇଥିଲା । ଏଥିରେ ୨ ଜଣ ଯବାନ ସହିଦ ହୋଇଥିଲେ ଓ ୪ ଜଣ ଯବାନ ଆହତ ହୋଇଥିଲେ । ଆହତ ଯବାନ ମାନଙ୍କୁ ସେଠାରୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଚିକିତ୍ସା କରାଯାଉଛି । ଅନ୍ୟପଟେ ଭାରତୀୟ ସେନାର ଆକ୍ରମଣରେ କେତେ ଜଣ ପାକିସ୍ତାନ ସେନା ଜୀବନ ହରାଇଛନ୍ତି ତାହାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ପୂର୍ବରୁ ମଧ୍ୟ ପାକିସ୍ଥାନ ସେନା ଦ୍ୱାରା ପୁଂଚ ସେକ୍ଟରରେ ଅସ୍ତ୍ର ବିରତି ଉଲଙ୍ଘନ କରିଥିଲା । ଯେଉଁଥିରେ କି ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଥିଲେ । ଗତ ୮ ମାସ ମଧ୍ୟରେ ପାକିସ୍ଥାନ ଦ୍ୱାରା ୩ ହଜାର ଥର ଅସ୍ତ୍ର ବିରତି ଉଲଙ୍ଘନ କରାଯାଇଛି । ଯାହା କି ଗତ ୧୭ ବର୍ଷ ମଧ୍ୟରେ ସର୍ବାଧିକ । ୨୦୦୩ ମସିହାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଅସ୍ତ୍ର ବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ପରେ ପ୍ରତି ସପ୍ତାହରେ ଅନେକ ଥର ପାକିସ୍ତାନ ଏହି ଚୁକ୍ତିର ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଛି ।