ଜମ୍ମୁ-କାଶ୍ମୀର : ବରଫ ଝଡରେ ୩ ଯବାନ ସହିଦ । କୁପୱାଡାର ମାଛଲି ସେକ୍ଟରରେ ବରଫ ଝଡରେ ଯବାନ ସହିଦ , ସୋନମାର୍ଗରେ ବରଫ ଧସିବାରୁ ୫ ଜଣଙ୍କ ମୃତ୍ୟୁ

146

ଜମ୍ମୁ-କାଶ୍ମୀରରେ ଲଗାତାର ଜାରି ରହିଥିବା ବରଫପାତରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି । ବରଫ ଝଡ଼ ଯୋଗୁଁ ହିମସ୍ଖଳନରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେନା ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସୂଚନାନୁସାରେ , ୪୮ ଘଣ୍ଟା ଧରି ବରଫପାତ ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ଯବାନ ନିଖୋଜ ଅଛନ୍ତି । କିଛି ଦିନ ଆଗରୁ ୩ ଡିସେମ୍ବର ୨୦୧୯ ରେ ଉତ୍ତର କାଶ୍ମୀରରେ ବରଫ ଝଡରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ।