କନକ ବ୍ୟୁରୋ: ୩ ସିନ୍ଧି ଚୋରଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା। ଏପରି ରାୟ ଶୁଣାଇଛନ୍ତି ଭୁବନେଶ୍ବର ଏସଡିଜେଏମ କୋର୍ଟ। ରାଜଧାନୀର କ୍ୟାପିଟାଲ ଥାନା ଅଞ୍ଚଳ ଏକ ସରକାରୀ କ୍ବାର୍ଟରରୁ ଚୋରି ହୋଇଥିଲା। ଏଥିରେ ସମ୍ପୃକ୍ତ ଥିଲେ କୁଖ୍ୟାତ ଚୋର ଗଙ୍ଗା ରେଡ୍ଡି, ସୁକାନ୍ତ ନାୟକ ଓ ମିଲୁ ବେହେରା। ଏମାନଙ୍କୁ କୋର୍ଟ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ୮ମାସ ଭିତରେ ମାମଲାର ଶୁଣାଣି କରି କୋର୍ଟ ଏଡି ଦଣ୍ଡ ବିଧାନ ଶୁଣାଇଛନ୍ତି। ଏହି ଚୋରି ମାମଲାର ରାୟ ଆସିଛି।
୩ ସିନ୍ଧି ଚୋରଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ। ରାୟ ଶୁଣାଇଲେ ଭୁବନେଶ୍ବର ଏସଡିଜେଏମ କୋର୍ଟ। କ୍ୟାପିଟାଲ ଥାନା ଅଞ୍ଚଳ ଏକ ସରକାରୀ କ୍ବାର୍ଟରରୁ କରିଥିଲେ ଚୋରି।
Advertisment
Follow Us