କନକ ବ୍ୟୁରୋ : ଟିଭି ଫାଟି ବିସ୍ଫୋରଣ । ଗୋଟିଏ ପରିବାର ୩ ଜଣ ସଦସ୍ୟ ପୋଡିଯାଇଛନ୍ତି । ବରଗଡ ପଦ୍ମପୁର ବ୍ଲକ ଅନ୍ତରଲା ଗାଁରୁ ଏଭଳି ଦୁଃଖଦ ଖବର । ସ୍ୱାମୀ, ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଗୁରୁତର ଆହତହୋଇଛନ୍ତି । ସେମାନଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏହାପରେ ତିନି ଜଣଙ୍କୁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ଘରର କିଛି ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି ।