୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା କଲେ ସରକାର । ତିନି ସଚିବସ୍ତରୀୟ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟ ଶାସନ ସଚିବ

1,587

କନକ ବ୍ୟୁରୋ : ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି ରାଜ୍ୟ ସରକାର । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ତିନି ସଚିବସ୍ତରୀୟ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବାଲେଶ୍ବର ଜିଲ୍ଲା ପାଇଁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସକେ ବଶିଷ୍ଠ, ଭଦ୍ରକ ପାଇଁ ଅବକାରୀ ବିଭାଗ ପ୍ରମୁଖ ସଚିବ ଏସକେ ଲେହାନି ଓ ଯାଜପୁର ଜିଲ୍ଲା ପାଇଁ ରାଜ୍ୟପାଳଙ୍କ ସଚିବ ପିକେ ମେହେର୍ଦ୍ଦାଙ୍କୁ ଦାୟିତ୍ୱ ଦିଆଯାଇଛି ।

କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ, କଂଟେନଂମେଂଟ ଅଂଚଳରେ କିପରି ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ, ସାମାଜିକ ଦୂରତ ରକ୍ଷା ସହ ତାଲାବନ୍ଦ କଟକଣା କିପରି କଡାକଡି ପାଳନ କରାଯିବ, ସେ ଦିଗରେ କାମ କରିବେ ।