କନକ ବ୍ୟୁରୋ : ୨୦୨୦ ଲାଗି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଏକତ୍ର ଭାବେ ୩ ଜଣଙ୍କୁ ମିଳିବ ନୋବେଲ । ରୋଜର ପେନରୋଜ, ରେନହାର୍ଡ ଗେନଜେଲ, ଆଣ୍ଡ୍ରିଆ ଗେଜଙ୍କୁ ମିଳିବ ନୋବେଲ । ଏନେଇ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି ।
ଆକାଶ ବିଜ୍ଞାନରେ ଗବେଷଣା ପାଇଁ ଏହି ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଗତ କାଲି ମେଡିସିନ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଗତବର୍ଷ ପଦାର୍ଥ ବିଜ୍ଞାନରେ ଜେମ୍ସ ପିବଲ୍ସ, ମାଇକେଲ ମେୟର, ଡାଇଡର କ୍ୱିଲୋଜଙ୍କୁ ଦିଆଯାଇଥିଲା ।