କନକ ବ୍ୟୁରୋ: ମଣିପୁର ପୁଲିସ ଶନିବାର ଇମ୍ଫାଲର ନ୍ୟୁ ଚେକନ ଅଞ୍ଚଳରେ ଏକ ଦୋକାନରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ତିନିଜଣ ଯବାନଙ୍କୁ ଗିରଫ କରିଛି । ଏହି ଯବାନମାନେ ସେଣ୍ଟ୍ରାଲ ରାପିଡ ଆକ୍ସନ ଫୋର୍ସ (ଆରଏଏଫ)ର କର୍ମଚାରୀ ବୋଲି ପୁଲିସ କହିଛି । ଏନେଇ ଜଣାପଡିବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୋମଦେବ ଆର୍ଯ୍ୟ, କୁଲଦୀପ ସିଂ ଏବଂ ପ୍ରଦୀପ କୁମାରଙ୍କ ନାମରେ ଅଭିଯୋଗ ଆସିବା ପରେ ତୁରନ୍ତ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯିବ। ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏକ କାରରେ ତିନି ଜଣ ଯବାନ ସାଧା ପୋଷାକ ପିନ୍ଧି ଆସିଥିଲେ ଓ ନାଗା ଆଦିବାସୀ ବ୍ୟବସାୟୀଙ୍କ ମାଂସ ଦୋକାନରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/2b4b8f16-67d8-429e-9fdb-445bb5ab124b-e1685267493799-750x430-1.jpg)