ରାୟଗଡା ରାଜନୀତି ସରଗରମ । କାଶିପୁରରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ, ଘର ଘର ବୁଲି କରୁଛନ୍ତି ପ୍ରଚାର

68

କନକ ବ୍ୟୁରୋ : ସରଗରମ ହୋଇଛି ନିର୍ବାଚନ ରାଜନୀତି । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ପ୍ରସାର ଜୋରଦାର ହୋଇଛି । ତିନି ପ୍ରମୂଖ ରାଜନୈତିକ ଦଳର ପ୍ରାର୍ଥୀ କାଶୀପୁର ବ୍ଳକରେ ଡେରା ପକାଇଛନ୍ତି । କାଶିପୁର ଭୋଟ ହାତେଇବା ଉଦ୍ୟମ ଆରମ୍ଭ କରିଦେଇଛନ୍ତି ଦଳ । ବିଜେଡି ଓ ବିଜେପି ପ୍ରାର୍ଥୀ ଲୋକଙ୍କୁ ଜୁହାର ମୁଣ୍ଡିଆ ମାରି କାଶୀପୁର ମାଟି ନିଜର ଜନ୍ମ ମାଟି କହି ଭୋଟ ଭିକ୍ଷା କରିଚାଲିଛନ୍ତି । ସେହିଭଳି କାଶିପୁର ଭୋଟ ନିଜ ସପକ୍ଷରେ ଜିବ ବୋଲି ଆଶାବାଦୀ ରହିଛନ୍ତି । ବିଜେପି ରାୟଗଡା ବିଧାନସଭା ପ୍ରାର୍ଥୀ ମଧ୍ୟ କାଶିପୁର ମାଟି ତାଙ୍କ ନିଜ ମାଟି ଏବଂ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସହ ମୋଦିଙ୍କ ଗ୍ୟାରେଟିଂ ହିଁ କାଶିପୁର ଭୋଟ ଆପଣେଇବାରେ ସହାୟକ ହେବ ବୋଲି କହିଛନ୍ତି । ଦଳ ଦଳ ମଧ୍ୟରେ ଭିନ୍ନ ଭିନ୍ନ ମୁଦ୍ଦା ନେଇ ନିର୍ବାଚନ ପ୍ରଚାର କରିଚାଲିଛନ୍ତି ଆଶାୟୀ ପ୍ରାର୍ଥୀ ମାନେ ।

କାଶୀପୁର ବ୍ଳକରେ ବିଭିନ୍ନ ଗାଁକୁ ଯାଇ ପ୍ରତ୍ୟୋକ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ତିନି ପ୍ରମୂଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ । ଚଳିତ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ଦୁଇଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଦଳ ଦଳ ମଧ୍ୟରେ ଟକ୍କର ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ରଣନୀତି ଜୋରଦାର କରାଯାଇଛି ।

ମଇଦାନରେ ତିନି ଦଳର ପ୍ରମୁଖ ଲଢେଇ ଆରମ୍ଭ ହୋଇଯାଇଥିବା ବେଳେ ଶେଷରେ ମଙ୍ଗ କିଏ ଧରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।