ଥାନାରେ ଭିତରେ ବି ଅସହାୟ ! ଆଠଗଡରେ ନିଶାସକ୍ତ ଯୁବକଙ୍କ ଉନ୍ମତକାଣ୍ଡ...ଥାନାରେ ପଶିଲେ, ୩ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଧୁମ ପିଟିଲେ

ଥାନାରେ ଭିତରେ ବି ଅସହାୟ ! ଆଠଗଡରେ ନିଶାସକ୍ତ ଯୁବକଙ୍କ ଉନ୍ମତକାଣ୍ଡ...ଥାନାରେ ପଶିଲେ, ୩ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଧୁମ ପିଟିଲେ

କନକ ବ୍ୟୁରୋ: ଆଠଗଡ ଥାନାରେ ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ । ଥାନାରେ ପଶି ପୋଲିସ ଅଧିକାରୀ, କନଷ୍ଟେବଳ, ଏଏସଆଇ ଓ ଏସଆଇଙ୍କୁ ଆହତ କରିଛି ଯୁବକ । ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ୧୬ ତାରିଖ ରାତିରେ ଏହି ଘଟଣା ଘଟିଛି । ଯୁବକଙ୍କୁ କୋର୍ଟ ଚାଲାଣ ବେଳେ ଏହି ଘଟଣା ଘଟିଛି ।

publive-image

ଶନିବାର ରାତିରେ ଜଣେ ଯୁବକ ମୁଖା ପିନ୍ଧି ହଠାତ୍ ଥାନା ଭିତରକୁ ପଶି ଯାଇ ଡିସିଓ ଦାୟିତ୍ବରେ ଥିବା ଏଏସଆଇ ଲିଙ୍ଗରାଜ ସିଠଙ୍କ ପାଖରେ ପହଞ୍ଚି ତାଙ୍କ ଗାଲକୁ ମୁଥ ମାରିଥିଲା। ସେଠାରେ ଉପସ୍ଥିତ ଥିବା କନଷ୍ଟେବଳ ସୁଧାଂଶୁ ଧଳସାମନ୍ତ ଏହାର ବିରୋଧ କରିବାରୁ ଟେବୁଲ୍ ଉପରେ ଥିବା ପେପର ୱେଟକୁ ସେ ଧଳସାମନ୍ତଙ୍କ ମୁହଁକୁ ଫୋପାଡି ଥିଲା। ସେଥିରେ ଧଳସାମନ୍ତଙ୍କ ନାକ ଫାଟିଯାଇଥିଲା। ଉପସ୍ଥିତ ପୁଲିସ କର୍ମଚାରୀ ବାବୁଲିକୁ କାବୁ କରି ଅଭ୍ୟର୍ଥନା ପ୍ରକୋଷ୍ଠକୁ ନେବା ବେଳେ ସେ ଏସଆଇ ସନ୍ତୋଷ ପ୍ରଧାନଙ୍କ ବାମ ହାତକୁ ଏକ ବାଡିରେ ଶକ୍ତ ପାହାର ଦେଇଥିଲା।

publive-image

ପୁଲିସ କହିବା ଅନୁଯାୟୀ ତାକୁ ମାନସିକ ଭିନ୍ନକ୍ଷମ ଭାବି ପରିବାର ଜିମା ଦେବାକୁ ଯୋଜନା କରାଯାଉଥିବା ବେଳେ ସେ ନିଶାସକ୍ତ ବୋଲି ଜଣାପଡ଼ିଥିଲା। ଏଏସଆଇ ଲିଙ୍ଗରାଜ ସିଠ ଆଠଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଥାନାରେ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଥିଲା। ତା’ ବିରୋଧରେ ଦଫା ୩୪୧, ୩୨୩, ୩୨୫, ୩୩୨, ୩୩୩, ୩୯୪, ୩୦୭, ୫୦୬ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe