କନକ ବ୍ୟୁରୋ : ଗାଁ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟ ଉପରକୁ ଗୁଳିମାଡ । ଗୁଳିକାଣ୍ଡରେ ସମିତି ସଭ୍ୟ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧିନ ଗରେଇଝୁଳି ଗାଁରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ କେନ୍ଦୁବାଡି ପଞ୍ଚାୟତର ସମିତସଭ୍ୟ ନରେନ୍ଦ୍ର ସ୍ୱାଇଁ ଇଟାଭାଟିରେ ଭୋଜି କରୁଥିଲେ । ଏହି ସମୟରେ ଗରେଇଝୁଳିରେ ଗଣ୍ଡଗୋଳ ଖବର ପାଇ ସମାଧାନ କରିବାକୁ ଗାଁରେ ପହଞ୍ଚିଥିଲେ । ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ସମୟରେ ସମିତି ସଭ୍ୟଙ୍କ ଉପରକୁ ଗୁଳିମାଡ କରିଥିଲେ ଦୁର୍ବୃତ । ଗୁଳିମାଡରେ ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କ ସମେତ ୨ ଜଣ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇଁ ବୁଗୁଡା ଥାନା ପୋଲିସ ଓ ପୋଲରା ଥାନା ପୋଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି ।