ସମ୍ବଲପୁରରେ ଅଘଟଣ: ମହାନଦୀରେ ଭାସିଗଲେ ବାପା, ପୁଅ, ଝିଅ

277

କନକ ବ୍ୟୁରୋ: ସମ୍ବଲପୁର ଦଳେଇପଡ଼ା ଘାଟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ପରିବାରର ୩ ପିଲା ଓ ବାପା ମହାନଦୀରେ ଭାସିଯାଇଛନ୍ତି । ତେବେ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ପୁଅ (୧୫ ବର୍ଷ)କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ବାପା ଓ ଝିଅଙ୍କ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ମାତ୍ର ଏ ପର୍ୟ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ । ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି ।