ଅଶାନ୍ତ ଗଞ୍ଜାମ, ଗଢ଼ୁଛି ମୁଣ୍ଡ : ରାଜନୈତିକ ହିଂସା ପାଇଁ ଗଲା ଆଉ ଜଣଙ୍କ ଜୀବନ; ୨ ଦିନ ଭିତରେ ୩ଜଣଙ୍କ ହେଲାଣି ମୃତ୍ୟୁ

1,133

କନକ ବ୍ୟୁରୋ : ଅଶାନ୍ତ ଗଞ୍ଜାମ, ଗଡ଼ୁଛି ମୁଣ୍ଡ । ଆଜି ଜିଲ୍ଲାରେ ପୁଣି ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଧରାକୋଟ୍ ଥାନା ବରିଗୁଡ଼ାରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଯୁବ ବିଜେଡ଼ି ନେତା ଅନିଲ ମହାନ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଇଥିବା ଅଭିଯୋଗ ହୋଇଛି । ଧରାକୋଟ୍ ରାଣୀ ନନ୍ଦିନୀ ଦେବୀଙ୍କ ସମର୍ଥକ ଥିଲେ ଅନିଲ ମହାନ୍ତି । ସେ ସ୍କୁଟିରେ ଉଖୁଡ଼ାପଟା ଗାଁକୁ ଯାଉଥିଲେ । ଗାଁଠାରୁ ମାତ୍ର ଶହେ ମିଟର ଦୂରରେ ଏହି ହତ୍ୟାକାଣ୍ଡ ହୋଇଛି । ଛୁରୀ ଓ କାତିରେ ଅନିଲଙ୍କ ଶରୀରକୁ ବାରମ୍ବାର କ୍ଷତାକ୍ତ କରାଯାଇଥିବା ଚିହ୍ନ ରହିଛି ।

କିଏ ଓ କେଉଁ କାରଣରୁ ଏମିତି ହତ୍ୟାକାଣ୍ଡ ଘଟାଇଛନ୍ତି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ରାଜନୈତିକ ହିଂସାକାଣ୍ଡ ପାଇଁ ଗଞ୍ଜାମରେ ଦୁଇ ଦିନ ଭିତରେ ୩ଜଣଙ୍କ ଜୀବନ ଗଲାଣି । ଗତକାଲି ଗଞ୍ଜାମ କୋଦଳା ଥାନା ଦାନପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ସଂଘବଦ୍ଧ ଆକ୍ରମଣରେ ଆସ୍କା ବ୍ଲକ ଅଧ୍ୟକ୍ଷାଙ୍କ ଦେଢ଼ଶୂର ସୁନୀଲ ନାହକଙ୍କ ମୃତ୍ୟୁ ହୋଇଥିଲାର । ସୁନୀଲ ନାଁରେ ରହିଛି ଅନେକ ସଙ୍ଗୀନ ମାମଲା ରହିଛି । ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଗଞ୍ଜାମରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟୁଥିବା ବେଳେ ଜିଲ୍ଲାର ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠିଛି ।