କନକ ବ୍ୟୁରୋ : ଏକାଠି ଜଳିଲା ପରିବାରର ତିନି ଜଣଙ୍କ ମୃତଦେହ । କୋରାପୁଟ ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁରେ ମୃତ ପରିବାରର ତିନି ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପତ୍ନୀ ଓ ୨ ବର୍ଷର କୁନି ଝିଅକୁ ହତ୍ୟା କରି ଆତ୍ମହତ୍ୟା କରିଥିଲେ ଲିଙ୍ଗରାଜ । କାହିଁକି ସେ ଏପରି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି ।

Advertisment

ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ । କୁହାଯାଉଛି ଯେ, ଋଣ ଭାର ଯୋଗୁ ଏପରି ନିଷ୍ପତ୍ତି ନେଇଛନ୍ତି ଲିଙ୍ଗରାଜ । ଆଇପିଏଲ୍ ବେଟିଂ କରି ଲକ୍ଷାଧିକ ଟଙ୍କା ହରାଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଧାର ନେଇଛନ୍ତି । ପତ୍ନୀଙ୍କ ସୁନାଗହଣା ମଧ୍ୟ ବିକ୍ରି କରିଦେଇଥିବା କୁହାଯାଉଛି । ଫଳରେ ଚିନ୍ତାଗ୍ରସ୍ତ ଥିବାରୁ ସେ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।