ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଗଞ୍ଜାମର କାଇଞ୍ଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା

ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଗଞ୍ଜାମର କାଇଞ୍ଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା

କନକ ବ୍ୟୁରୋ: ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଂଚାୟତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଂଇଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଲକର ବୋଡାବରସିଙ୍ଗକୁ ଶିଶୁ ଉପଯୋଗୀ ପାଇଁ ପୁରସ୍କୃତ କରାଯାଇଛି । ସେହିପରି ସାନଖେମୁଣ୍ଡି ବ୍ଲକର ପୁଡାମାରୀ ପଂଚାୟତକୁ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାସମଭା ଭାବେ ପୁରସ୍କାର କରାଯାଇଛି । ଜାତୀୟ ପୁରସ୍କାର ମିଳିଥିବା ନେଇ ପଂଚାୟତ ରାଜ, ପାନୀୟ ଜଳ ବିଭାଗର ୱେବସାଇଟରୁ ପ୍ରକାଶ ପାଇଛି ।

ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଅନ୍ତର୍ଭୂକ୍ତ କାର୍ୟ୍ୟକ୍ରମ ମାଧ୍ୟମରେ ପଂଚାୟତୀରାଜକୁ ସଶକ୍ତିକରଣ ଏବଂ ଗ୍ରାମୀଣ କଲ୍ୟାଣ କାର୍ୟ୍ୟକ୍ରମର ଦକ୍ଷ ମନିଟରିଂ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ତେବେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଂଇଚପୁର, ବେଲାଗୁଣ୍ଟା ବ୍ଲକ ଅନ୍ତର୍ଗତ ବାଦାବୋରାସିଙ୍ଗି ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି। କେନାଚାପୁର ଓଡିଶାରେ ଶ୍ରେଷ୍ଠ ବିକାଶ ଯୋଜନା ପାଇଥିବାବେଳେ ବାଦାବୋରାସିଙ୍ଗୀଙ୍କୁ ରାଜ୍ୟର ଶ୍ରେଷ୍ଠ ଶିଶୁ ଅନୁକୂଳ ଜିପି ଏବଂ ପୋଡାମାରି ନାନଜୀ ଦେଶମୁଖ ରାଷ୍ଟ୍ରିୟ ଗୌରବ ଗ୍ରାମ ସଭା ପୁରସ୍କାର ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe