କନକ ବ୍ୟୁରୋ : ଦୀପାବଳିରେ ଅଘଟଣ । ବାଣ ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ କାମାକ୍ଷାନଗର ବଡସୁଆଁଳ ଗାଁରେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ହୋଇଥିଲା । ମୋଟ୍ ୪ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଆହତଙ୍କୁ ପ୍ରଥମେ କାମାକ୍ଷାନଗର ହସ୍ପିଟାଲ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତ ନାୟକଙ୍କର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଥିବା ଅନ୍ୟମାନେ ହେଲେ ଜଗବନ୍ଧୁ ନାୟକ, ୯ ବର୍ଷର ଶିଶୁ ପୁତ୍ର ପ୍ରତିକ ନାୟକ, ୧୧ ବର୍ଷର ଝିଅ ଅନ୍ୱେଷା ପାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/8-18.jpg)