ବିରତି ପରେ ଭୁବନେଶ୍ୱରକୁ ପୁଣି ଫେରିଲା କରୋନା । ଏକାଥରେ ଚିହ୍ନଟ ୩ ଆକ୍ରାନ୍ତ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ୫୦ ଛୁଇଁଲା ପଜିଟିଭ୍ ସଂଖ୍ୟା ।

3,072

କନକ ବ୍ୟୁରୋ: ବିରତି ପରେ ପୁଣି ରାଜଧାନୀକୁ ଫେରିଲା କରୋନା । ଭୁବନେଶ୍ୱରରେ ଏକାଥରେ ୩ ପଜିଟିଭ୍ ଚିହ୍ନଟ, ସମସ୍ତେ ପୁରୁଷଥିବାବେଳେ ସେମାନଙ୍କ ବୟସ ୩୬,୩୪ ଏବଂ ୬୭ । ତେବେ ଭୁବନେଶ୍ୱରର ନୂଆ ୩ ଆକ୍ରାନ୍ତଙ୍କମାନଙ୍କ ମଧ୍ୟରୁ ସୂର୍ଯ୍ୟନଗର, ମଞ୍ଚେଶ୍ୱର ଏବଂ ଭିଏଏସ ନଗରରୁ ଜଣେ ଲେଖାଏଁ ଥିବା ତଥ୍ୟ ଦେଇଛନ୍ତି ସରକାର । ଏବଂ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛନ୍ତି ସରକାର ।

ତେବେ ସବୁଠାରୁ ବଡ଼ କଥା ହେଲା କି, ଭୁବନେଶ୍ୱରର ନୂଆ ୩ ଆକ୍ରାନ୍ତଙ୍କୁ ମିଶାଇ କେବଳ ରାଜଧାନୀରେ ୫୦ ଛୁଇଁଛି ପଜିଟିଭ୍ ସଂଖ୍ୟା । ସେହିଭଳି ପୂର୍ବରୁ କେବଳ ରାଜଧାନୀରେ ୩୨ଜଣ ସୁସ୍ଥ ହୋଇଥିବାବେଳେ ଏବେ ୧୬ ଜଣ ସକ୍ରିୟ ଅଛନ୍ତି । ଏପଟେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨ରେ ପହଁଚିଛି ।

ସେପଟେ ଗଞ୍ଜାମରେ ପୁଣି ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି ।