ଆଜି ଚିହ୍ନଟ ହୋଇଥିବା ୩ ପଜିଟିଭଙ୍କ ତଥ୍ୟ ଦେଲେ ସରକାର । ସବୁ ଆକ୍ରାନ୍ତର ବି ରହିଛି କୋଲକତା ଲିଙ୍କ୍ । ସମସ୍ତ ନୂଆ ସଂକ୍ରମିତ ପୁରୁଣା ଆକ୍ରାନ୍ତଙ୍କ ସହଯାତ୍ରୀ ଥିବା ନେଇ ସ୍ପଷ୍ଟ

857

କନକ ବ୍ୟୁରୋ: ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳର । ଏହି ୩ ଜଣଙ୍କର କୋଲକାତା ଲିଙ୍କ୍ ରହିଛି । ଏମାନେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁର ବ୍ଲକରେ କରୋନା ଆକ୍ରାନ୍ତ ସଂଖ୍ୟା ୬କୁ ବଢି ଯାଇଛି ।

ସେପଟେ ୩ ଆକ୍ରାନ୍ତଙ୍କୁ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅଧିକ ସୂଚନା ଜାରି ହୋଇଛି । ଚିହ୍ନଟ ହୋଇଥିବା ଏହି ୩ ଜଣ ପୁରୁଷ ବୋଲି ଜଣାପଡିଛି । ୩ ଜଣଙ୍କ ବୟସ ୩୫ ବର୍ଷ, ୪୦ ବର୍ଷ ଓ ୫୫ ବର୍ଷ । ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଙ୍କର ସହଯାତ୍ରୀ ଥିଲେ । ଏହି ୩ ଜଣ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ କରିଛିି ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ।

ରାଜ୍ୟରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୮୨କୁ ବୃଦ୍ଧି ହୋଇଛି । ନୂଆ ଚିହ୍ନଟ ହୋଇଥିବା ଏହି ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ବୋଲି ଜଣାପଡିଛି । ଏହି ୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧ କୁ ବୃଦ୍ଧି ହୋଇଛି । ଏହି ୩ ଆକ୍ରାନ୍ତଙ୍କ ଗସ୍ତ ଇତିହାସ ନେଇ ତଦନ୍ତ ଆରମ୍ଭ ହୋଇଛି ।