ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ । ସକାଳରୁ ସଞ୍ଜ ଭିତରେ ୨୪ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨୦୯କୁ ବଢିଲା । ନୂଆ ୩ ଆକ୍ରାନ୍ତଙ୍କ ସୁରତ-କୋଲକାତା ଲିଙ୍କ୍

1,367

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୨ ଆକ୍ରାନ୍ତ ଓ ଜଗତସିଂହପୁରରୁ ଜଣେ ପଜିଟିଭ ଚିହ୍ନଟ । ତେବେ ନୂଆ ୩ ଆକ୍ରାନ୍ତ ପରେ ଏବେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା ୨୦୯ରେ ପହଞ୍ଚିଲା ।

ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ୨୭କୁ ବଢିଲା ପଜିଟିଭ ସଂଖ୍ୟା । ସେହିପରି ଜଗତସିଂହପୁରରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ୫ରେ ପହଞ୍ଚିଲା ପଜିଟିଭ ସଂଖ୍ୟା । ଗତକାଲି ଜଗତସିଂହପୁରରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତେ ସୁତର ଫେରନ୍ତା ଥିଲେ । ୪ ଜଣଙ୍କ ଭିତରୁ ୩ ଜଣ ଗୋଟିଏ ପରିବାରର ଥିଲେ ।

ତେବେ ନୂଆ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ବାଲେଶ୍ୱରର ୨ ଆକ୍ରାନ୍ତ ସୁରତ ଫେରନ୍ତା । ଉଭୟ ୨୬ ଏବଂ ୨୯ ବର୍ଷର ଯୁବକ । ସେହିପରି ଜଗତସିଂହପୁର ଆକ୍ରାନ୍ତ ୭୦ ବର୍ଷୀୟ ବୃଦ୍ଧ । ସେ ପଶ୍ଚିମବଙ୍ଗ ଫେରନ୍ତା । ତେବେ ଆଜି ଗୋଟିଏ ଦିନରେ ୨୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢିଛି । ଗଞ୍ଜାମରେ ୧୭, ମୟୂରଭଞ୍ଜରେ ୪, ବାଲେଶ୍ୱରରେ ୨, ଜଗତସିଂହପୁରରେ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨୦୯ । ସକ୍ରିୟ କେସ୍ ୧୪୫ ରହିଥିବା ବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି ।