ପୋଲିସ ଗୁଳିରେ ୩ ନକ୍ସଲ ନିପାତ । କଳହାଣ୍ଡିରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ।

138

କନକ ବ୍ୟୁରୋ : ପୋଲିସ ଗୁଳିରେ ୩ ମାଓବାଦୀ ନିପାତ । କଳହାଣ୍ଡିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ମ.ରାମପୁର ଅନ୍ତର୍ଗତ ମୋହନଗିରିର ତାପରଙ୍ଗ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ୩ ମାଓବାଦୀ ନିହତ । ତେବେ ଏହି ଗୁଳି ବିନିମୟରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ପୋଲିସ ଅଧିକାରୀଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗତ କିଛି ଦିନ ପୂର୍ବେ ଛତିଶଗଡରେ ହୋଇଥିବା ମାଓ ଆକ୍ରମଣ ପରେ ପରେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଜୋରଦାର କୁମ୍ବିଂ ଅପରେସନ କାରଣରୁ ନକ୍ସଲ ମାନେ ଓଡ଼ିଶା ମୁହାଁ ହେବେ ବୋଲି ପୋଲିସ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା । ଏପରିକି ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକୁ ସିଲ୍ କରିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିଲା ।