ଓଡିଶା ଆସୁଛି ଆଉ ୩ଟି ଟ୍ରେନ । ପ୍ରବାସୀ ଓଡିଆଙ୍କୁ ନେଇ ଆଜି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ ଆଉ ୩ଟି ସ୍ୱତନ୍ତ୍ର ଟ୍ରେନ୍ । ଜାଣନ୍ତୁ କେଉଁଠୁ ବାହାରିବ ଏସବୁ ଟ୍ରେନ୍

Advertisment
ଓଡିଶା ଆସୁଛି ଆଉ ୩ଟି ଟ୍ରେନ । ପ୍ରବାସୀ ଓଡିଆଙ୍କୁ ନେଇ ଆଜି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ ଆଉ ୩ଟି ସ୍ୱତନ୍ତ୍ର ଟ୍ରେନ୍ । ଜାଣନ୍ତୁ କେଉଁଠୁ ବାହାରିବ ଏସବୁ ଟ୍ରେନ୍

କନକ ବ୍ୟୁରୋ: ଗତକାଲି ଓଡିଶାର ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ‘ଶ୍ରମିକ’ ଟ୍ରେନ୍ କେରଳରୁ ଆସିବା ପରେ ଆଜି ଆଉ ତିନିଟି ଟ୍ରେନ୍ ଓଡ଼ିଶାବାସୀଙ୍କୁ ନେଇ କେରଳ ଏବଂ ଗୁଜୁରାଟରୁ ଯାତ୍ରା ଆରମ୍ଭ କରିବ ବୋଲି ଜଣାପଡିଛି । ଗୁଜୁରାଟର ସୁରତରୁ ଦୁଇଟି ଟ୍ରେନ୍ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା ବେଳେ କେରଳର ଏର୍ଣ୍ଣାକୁଲମରୁ ଗୋଟେ ଟ୍ରେନ ପ୍ରବାସୀ ଶ୍ରମିକଙ୍କୁ ନେଇ ଖୋର୍ଦ୍ଧାରେ ପହଞ୍ଚିବ। ସେମାନଙ୍କ ପହଞ୍ଚିବା ପରେ ସମସ୍ତ ଫେରନ୍ତାଙ୍କୁ ପ୍ରଶାସନ ପକ୍ଷରୁ ବସରେ ନିଆଯିବ। ଏହାପରେ ୧୪ଦିନ ପାଇଁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ ।

ଶ୍ରମିକ, ଛାତ୍ର ଏବଂ ପର୍ଯ୍ୟଟକଙ୍କ ଘରବାହୁଡ଼ା ଲାଗି ୧୩ଟି ଟ୍ରେନ୍ ଭାରତର ବିଭିନ୍ନ ସ୍ଥାନକୁ ଚଳାଚଳ କରିବାର କାର୍ଯ୍ୟକ୍ରମ ରହିଛି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଟ୍ରେନ୍ କେବଳ ‘ପଏଣ୍ଟ ଟୁ ପଏଣ୍ଟ’ ଚାଲିବ । ଏହି ତିନୋଟି ଟ୍ରେନ୍ ବ୍ୟତୀତ ତାଲିକାରେ ଥିବା ଅନ୍ୟ ଟ୍ରେନ୍ ଗୁଡିକରେ ଓଡ଼ିଶାକୁ ଯାତ୍ରୀ ଆସିବାର ନ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେକ ଟ୍ରେନ ରାଜ୍ୟ ଦେଇ ଯାତ୍ରା କରିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଗତକାଲି କେରଳର ଏର୍ଣ୍ଣାକୁଲମ ଛାଡିଥିବା ଟ୍ରେନ ଆସନ୍ତାକାଲି ସକାଳ ପ୍ରାୟ ୭ଟା ବେଳେ ଭୁବନେଶ୍ୱରରେ ପହଂଚିବ ବୋଲି ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe