ସପ୍ତମ ପର୍ଯ୍ୟାୟରେ ଭାରତକୁ ଆସିଲା ୩ ଟି ରାଫେଲ ବିମାନ । ପଶ୍ଚିମବଙ୍ଗର ହାସୀମାରା ଏୟାରବେସରେ ହେବ ନିୟୋଜିତ

155

କନକ ବ୍ୟୁରୋ : ବୁଧବାର ରାତି ୩ ଟାରେ ଭାରତରେ ପହଂଚିଛି ୩ ଟି ଯୁଦ୍ଧ ବିମାନ ରାଫେଲ । ଏହାକୁ ମିଶାଇ ଭାରତକୁ ୨୪ ଟି ରାଫେଲ ବିମାନ ମିଳିଛି । ଏବେ ଆସିଥିବା ୩ ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସ୍ ଠାରେ ନିଯୁକ୍ତ କରାଯିବ ବୋଲି କୁହାଯାଇଛି ।

କହିରଖୁ କି ପ୍ରଥମ ରାଫେଲ ସ୍କ୍ୱାଡ୍ରନ ଆମ୍ବଲା ବାୟୁସେନା ଷ୍ଟେସନ ଠାରେ ମହଜୁଦ ରହିଛି । ଗୋଟିଏ ସ୍କ୍ୱାଡ୍ରନରେ ୧୮ ଟି ବିମାନ ରହିପାରିବ  । ଏହାସହ ପ୍ରଥମ ରାଫେଲ ସ୍କାଡ୍ରନ ଲଦାଖରେ ଚୀନ ସହିତ ଲାଗିଥିବା ସୀମା ପେଟ୍ରୋଲିଂ ଆରମ୍ଭ କରିଛି । ଜୁଲାଇ ଶେଷ ସୁଦ୍ଧା ଦ୍ୱିତୀୟ ସ୍କାଡ୍ରନ ଅପରେଶନ ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି ।

ଗତକାଲି ରାତିରେ ଆସିଥିବା ୩ ଟି ରାଫେଲ ବିମାନ କୌଣସି ଠାରେ ନଅଟକି ସିଧା ସଳଖ ୮ ହଜାର କିଲୋମିଟର ଯାତ୍ରା କରିଛି । ଏହି ବିମାନଗୁଡିକରେ ୟୁଏଇ ର ଏୟାରବେସ ୩୩୦ ମଲ୍ଟି-ରୋଲ ଟ୍ରାନ୍ସପୋର୍ଟ ବିମାନ ସହାୟତାରେ ଉଡନ୍ତା ଅବସ୍ଥାରେ ଇନ୍ଧନ ଭରାଯାଇଥିଲା ।
ଏବେ ଆସିଥିବା ୩ ଟି ବିମାନ ପଶ୍ଚିମବଙ୍ଗର ହାସୀମାରା ଏୟାରବେସରେ ନିଯୁକ୍ତ କରାଯିବ । କହିରଖୁ କି ଭାରତ ସରକାର ୨୦୧୬ ରେ ଫ୍ରାନ୍ସ ଠାରୁ ୫୯ ହଜାର କୋଟି ଟଙ୍କାର ୩୬ ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲା । ଏବେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାତା କମ୍ପାନୀ ଡାସଲ୍ଡ ଭାରତକୁ ୨୪ ବିମାନ ଯୋଗାଇ ଦେଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ବାକି ବିମାନଗୁଡିକୁ ଯୋଗାଇ ଦେବ ବୋଲି ଆଶା କରାଯାଉଛି ।

କହିରଖୁ କି ଭାରତରେ କରୋନା ସଂକ୍ରମଣ କାରଣରୁ ରାଫେଲ ବିମାନ ଆସିବାରେ ଅନେକ ବିଳମ୍ବ ହୋଇଛି । ଭାରତୀରୁ ଫ୍ରାନ୍ସ ଯାଇଥିବା ଭାରତୀୟ ପାଇଲଟ ମାନଙ୍କୁ କ୍ୱାରେଣ୍ଟିନ ସହ ଅନେକ କଟକଣାକୁ ସାମ୍ନା କରିବାକୁ ପଡିଛି ।