କଟକକୁ ଫେରିଲା କରୋନା । ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୨, କଟକରୁ ଜଣେ ପଜିଟିଭ । ୧୭୩ରେ ପହଞ୍ଚିଲା ଓଡିଶାର ମୋଟ ପଜିଟିଭ ସଂଖ୍ୟା

9,200

କନକ ବ୍ୟୁରୋ: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୨ ଜଣ ଏବଂ କଟକରୁ ଜଣେ ପଜିଟିଭ ଚିହ୍ନଟ । ବାଲେଶ୍ୱରର ୫୦ ବର୍ଷୀୟ ମହିଳା ଓ ୨୬ ବର୍ଷୀୟ ଯୁବକ ଆକ୍ରାନ୍ତ । ଉଭୟ କୋଲକାତା ଫେରନ୍ତା । ତେବେ ନୂଆ ୨ ଆକ୍ରାନ୍ତଙ୍କୁ ମିଶାଇ ଏବେ ବାଲେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୨୩ରେ ପହଞ୍ଚିଲା । ଏଯାଏଁ ୪ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଜଣ ସକ୍ରିୟ ଅଛନ୍ତି ।

ସେହିପରି ଦୀର୍ଘ ଦିନ ପରେ ପୁଣି କଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକର ଚିହ୍ନଟ ଆକ୍ରାନ୍ତ ତିଗିରିଆ ଅଞ୍ଚଳର ୩୪ ବର୍ଷୀୟ ଯୁବକ । ସେ ସୁରତ ଫେରନ୍ତା । ତେବେ କଟକରେ ମୋଟ ୨ ପଜିଟିଭ ମଧ୍ୟରୁ ଜଣେ ଅନେକ ଦିନ ପୂର୍ବରୁ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ସକ୍ରିୟ ଅଛନ୍ତି । ତେବେ ୩ ନୂଆ ଆକ୍ରାନ୍ତ ପରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୭୩ରେ ପହଞ୍ଚିଛି ।