ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ: ସମସ୍ତ ସଂକ୍ରମିତ ସୁନ୍ଦରଗଡ ଜିଲ୍ଲାର ସୂଚନା; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ଛୁଇଁଲା

ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮ , ସୁସ୍ଥ ହେଲେଣି ୩୪ ଜଣ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା

855

କନକ ବ୍ୟୁରୋ: ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି ୩ ଜଣ ଆକ୍ରାନ୍ତ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏବଂ ଏମାନଙ୍କର ଟ୍ରାଭେଲ ହିଷ୍ଟ୍ରୀ କଣ ରହିଛି ଏବଂ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ । ତେବେ ଏସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ପ୍ରକାଶ ପାଇଛି । ପୂର୍ବରୁ ସୁନ୍ଦରଗଡରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ଆଉ ୩ ଜଣ ପଜିଟିଭ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଂଚିଛି ।

ସେପଟେ ଚିହ୍ନଟ ହୋଇଥିବା ନୂଆ  ଆକ୍ରାନ୍ତ କାହା  ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି   କିମ୍ବା ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ପୂର୍ବ ଆକ୍ରାନ୍ତଙ୍କ ସହ ରହିବିଛି କି ନାହିଁ ତାହା ସ୍ପଷ୍ଟ କରିନି ସ୍ୱାସ୍ଥ୍ୟ ବିଭାଗ । କେବଳ ସୁନ୍ଦରଗଡର ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ପଷ୍ଟ କରିଛି ।

ତେବେ ନୂଆ ଆକ୍ରାନ୍ତ ପରେ ଓଡିଶାରେ ମୋଟ ପଜିଟିଭ ସଂଖ୍ୟା ୧୦୩ରେ ପହଂଚିଛି । ବର୍ତ୍ତମାନ ଓଡିଶାରେ  ମୋଟ ୩୪ ଜଣ କରୋନା ରୋଗୀ ସୁସ୍ଥ ହେବା ପରେ ରାଜ୍ୟ ୧୦ଟି କରୋନା ଆକ୍ରାନ୍ତ ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲା ବର୍ତମାନ କରୋନା ମୁକ୍ତ ହୋଇଛି । ସୁନ୍ଦରଗଡ଼, କଳାହାଣ୍ଡି, କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ସମସ୍ତ ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ପୁଣି ସୁନ୍ଦରଗଡରେ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.