କନକ ବ୍ୟୁରୋ: ରାଜଧାନୀ ପଦ୍ମକେଶରୀପୁରରେ ସୁଧ କାରବାର ମାମଲା । ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କମିଶନରେଟ ପୋଲିସ । ଜଣେ ଲେଡି ଡନ ସମେତ ସାହୁକାର ଓ ସର୍ଦ୍ଦାରକୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତମାନେ ସୁଧ କାରବାରରେ ଲିପ୍ତ ଥିଲେ । ମୂଳ ଟଙ୍କାର ହଜାର ଗୁଣା ଅଧିକ ସୁଧ ନେବା ପରେ ମଧ୍ୟ ଲୋକ ବାଡ଼ି କବଜା କରି ରଖୁଥିଲେ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତିକ ସିଂହ । ପୂର୍ବରୁ ଏହି ମାମଲାରେ ୨ ଅଭିଯୁକ୍ତ ସୁବ୍ରତ ଦାସ ଓ ତ୍ରିବେନ୍ଦ୍ର ଦାସକୁ ଗିରଫ କରିଥିଲା ପୋଲିସ । ମଂଚେଶ୍ୱର ପୁଲିସର ସ୍ୱତନ୍ତ୍ର ଟିମ ସୁଧିଆ ମାନଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏବେ ଅଭିଯୁକ୍ତ ମାନଙ୍କୁ ଖୋଜି ଖୋଜି ଗିରଫ କରାଯାଉଛି ।