ପାଖଉଛି ନିର୍ବାଚନ, ବଢୁଛି ନେତାଙ୍କ ଦଳଡିଆଁ ଅଭିଯାନ ! ପୂର୍ବତନ ସାଂସଦଙ୍କ ସମେତ ବିଜେପିରେ ସାମିଲ ହେଲେ ୩ ବିଧାୟକ ।

Advertisment
ବିଭିନ୍ନ ସମସ୍ୟାକୁ ବିଜେପିର ସାମ୍ବାଦିକ ସମ୍ମିଳନୀ । ଦଳିୟ କର୍ମୀଙ୍କ ପରି ପ୍ରଶାସନିକ ଅଧିକାରୀମାନେ କାମ କରୁଥିବା ଅଭିଯୋଗ ଆଣିଲା ବିଜେପି

କନକ ବ୍ୟୁରୋ : ବଦଳୁଛି ରାଜ୍ୟ ରାଜନୀତି ପାଣିପାଗ । ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳଡିଆଁ ଅଭିଯାନ ସେତେକି ବଢିଚାଲିଛି । ଆଉ ଏହି କ୍ରମରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଜଣେ ପୂର୍ବତନ ସାଂସଦଙ୍କ ସମେତ ୩ ଜଣ ବିଧାୟକ । ପଦ୍ମ ଧରିଛନ୍ତି ମୟୁରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ । ସେହିପରି ଆସିକା ବିଧାୟକ ଦେବରାଜ ମହାନ୍ତି ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ସେପଟେ ସରଗରମ ହୋଇଛି ସୁନ୍ଦରଗଡ ରାଜନୀତି । ୨୦୧୪ରେ ବିଜେଡି ଟିକେଟରୁ ସୁନ୍ଦରଗଡ ବିଧାନସଭା ନିର୍ବାଚନ ଲଢିଥିବା କୁସୁମ ଟେଟେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ଟିକେଟ୍ ବଣ୍ଟନକୁ ନେଇ ବିଜେଡିରୁ ଇସ୍ତଫା ଦେଇଥିଲେ କୁସୁମ । ସେହିପରି ଦଶପଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ବିଜେପିରେ ମିଶିଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ତେବେ ଏହି ନେତାମାନଙ୍କ ସହ ଅନେକ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମର୍ଥକମାନେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe