କନକ ବ୍ୟୁରୋ: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜିଲ୍ଲା ଆଇସେବା ପ୍ରଧିକରଣଙ୍କୁ ସୁନ୍ଦରଗଡ଼ ପକ୍ସୋ କୋର୍ଟଙ୍କ ନିର୍ଦ୍ଦେଶ । ୨୦୧୫ ମସିହା ରଘୁନାଥପାଲି ଅଂଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା । ଜରିମାନା ଆଦାୟ ନହେଲେ ଆହୁରି ୧ ବର୍ଷ ଜେଲ ଦଣ୍ଡ ଭୋଗିବେ ଅଭିଯୁକ୍ତ ।
ପିଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୁରଣ ପାଇଁ ଜିଲ୍ଲା ଆଇସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପକସୋ କୋର୍ଟ । ଏହି ଘଟଣାରେ ୩ଜଣ ଅଭିଯୁକ୍ତ ହେଲେ ଶିବୁ ଓରାମ, ଗଣେଷ ସାଣ୍ଡିଳ, ଅଜିତ ପଣ୍ଡା । ସେହିପରି ୨୦୧୪ ଅଗଷ୍ଟ ମାସରେ ହୋଇଥିବା ଆଉ ଏକ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ପକସୋ କୋର୍ଟ ୨୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଜରିମାନା କରିଛନ୍ତି । ପିଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହୟତା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ଅଭିଯୁକ୍ତ ହେଲେ କାହ୍ନୁ ବିନ୍ଧାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/18-3.jpg)