କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିୱେଟ ନେତା ମୈଦାନକୁ ଓହ୍ଲାଇଛନ୍ତି । ୩ ଦଳର ହେଭିୱେଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ନିର୍ବାଚନ ମହାସମରର ପ୍ରଥମ ଅଧ୍ୟାୟରେ ୩ ମନ୍ତ୍ରୀ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବାକୁ ମୈଦାନକୁ ଓହ୍ଲାଇଛନ୍ତି । ଦିଗପହଣ୍ଡିରୁ ହେଭିୱେଟ ନେତା ସୂର୍ଯ୍ୟ ନାରାୟଣ ପାତ୍ର, ଚିକିଟିରୁ ଉଷା ଦେବୀ ଓ ନବରଙ୍ଗପୁର ଲୋକସଭା ଆସନରୁ ରମେଶ ମାଝୀ ମୈଦାନକୁ ଓହ୍ଲାଇଛନ୍ତି ।
ବିଜେଡି: ସୂର୍ଯ୍ୟନାରାୟଣ ପାତ୍ର
- ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ
- ଦକ୍ଷିଣ ଓଡିଶାର ହେଭିୱେଟ୍ ନେତା
- ୧୯୯୦ରୁ ଲଗାତର ବିଧାୟକ ରହିଛନ୍ତି
- ମୋହନାରୁ ୪ଥର ଏବଂ ଦିଗପହଣ୍ଡିରୁ ୨ ଥର ବିଧାୟକ
- ରାଜସ୍ୱ, ସମବାୟ, ଯୋଗାଣ ମନ୍ତ୍ରୀ ରହିଛନ୍ତି
ବିଜେଡି: ଉଷା ଦେବୀ
- ୫ ଥର ବିଧାୟିକା ଏବଂ ମନ୍ତ୍ରୀ
- ୨୦୦୦ ରୁ ଲଗାତର ୪ ଥର ବିଧାୟିକା
- ୧୯୯୦ରେ ଜନତା ଦଳରୁ ବିଧାୟିକା ଥିଲେ
- ଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ରହିଛନ୍ତି
ବିଜେଡି : ରମେଶ ଚନ୍ଦ୍ର ମାଝୀ
- ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି
- ଦିଲ୍ଲୀ ଲଢେଇ ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ
- ଡାବୁଗାଁରୁ ଥରେ ଓ ଝରିଗାଁରୁ ୨ଥର ବିଧାୟକ ନିର୍ବାଚିତ
- ବିଜେଡି ସରକାରରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଛନ୍ତି
ଏହି ୩ ମନ୍ତ୍ରୀ ଏବେ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛନ୍ତି । ଜଣେ ବିଜେଡିର ଦିଲ୍ଲୀ ଲଢେଇ ପାଇଁ ସିପାହୀ ସାଜିଥିବା ବେଳେ ଅନ୍ୟ ଦୁଇଜଣ ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ଏହି ୩ ନେତା ପୁଣିଥରେ ଭୋଟରଙ୍କ ଭରସା ଜିତିବାରେ ସକ୍ଷମ ହେଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।