ଜମ୍ମୁ-କାଶ୍ମୀର : ସେନାକୁ ବଡ ସଫଳତା, ପୁଲୱାମା ଠାରେ ୩ ଆତଙ୍କବାଦୀ ନିହତ

111

କନକ ବ୍ୟୁରୋ : କିଛିଦିନ ହେବ ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କାବାଦୀମାନେ ମାତିଥିବା ବେଳେ ସୁରକ୍ଷା କର୍ମୀବି ଏହାର ମୁହଁତୋଡ ଜବାବ୍ ଦେବାରେ ଲାଗିଛନ୍ତି । ଏହି କ୍ରମରେ ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ଅବନ୍ତିପୁରା ନାଗବେରିୟନ ଅଞ୍ଚଳରେ ଆଜି ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ଆତଙ୍କବାଦୀ ଜୈଶ ଆତଙ୍କବାଦୀ ଗୋଷ୍ଠୀର । କହିରଖୁ କି ଗତକାଲି ବି ଅବନ୍ତିପୁରା ଠାରେ ସେନା ଗୁଳିରେ ୨ ଜଣ ହଜିବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗୋଷ୍ଠୀର ୨ ଜଣ ଆତଙ୍କୀ ପ୍ରାଣ ହରାଇଥିଲେ ।

 

ସୂଚନା ମୁତାବକ ଭାରତୀୟ ସୁରକ୍ଷା ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା କି, କିଛି ଆତଙ୍କବାଦୀ ପୁଲୱାମା ଅବନ୍ତିପୁରାର ନାଗବେରିୟନ ଅଞ୍ଚଳରେ ଲୁଚି ରହିଛନ୍ତି । ସୂଚନା ଆଧାରରେ ସୁରକ୍ଷା ବଳ ପୁରା ଅଞ୍ଚଳକୁ ଘେରାବନ୍ଦି କରିଥିଲା । ଏହାପରେ ଆତଙ୍କବାଦୀମାନଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲା । ମାତ୍ର ସେମାନେ ତାହା କରିବା ପରିବର୍ତ୍ତେ ଯାବାନ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ୩ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ସୂଚନା ମୁତାବକ ଏବେ ବି ଯବାନମାନେ ସେଠାରେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ।