ଚୋରାବାଲିର ଚକ୍ରବ୍ୟୁହ । ନଦୀରେ ଗାଧୋଇବା ବେଳେ ଚୋରାବାଲିରେ ଫଶି ୩ ନିଖୋଜ ।

541

କନକ ବ୍ୟୁରୋ: ପିକନିକ ହେଲା କାଳ । ପିକନିକ ସାରି ଗାଧୋଇବାକୁ ଯାଇ ନଦୀରେ ବୁଡି ଗୋଟିଏ ପରିବାରର ୩ ଜଣ ସଦସ୍ୟ ନିଖୋଜ ହୋଇଯାଇଛନ୍ତି । ସୁନ୍ଦରଗଡ ସଦର ଥାନା ସେମିନା ନିକଟ ଇବ ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି । ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଓ ମେନ ରୋଡ ଅଂଚଳର ଗୋଟିଏ ପରିବାରର ୩ ସଦସ୍ୟ ଜନ୍ମଦିନରେ ଭୋଜି କରିବା ପାଇଁ ଇବ ନଦୀ କୂଳକୁ ଯାଇଥିଲେ । ଖାଇ ସାରି ଦୁଇଭାଇ ମହମ୍ମଦ ରିଜୱାନ ଓ ମହମ୍ମଦ ଫାରହାନ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ତେବେ ଚୋରା ବାଲିରେ ତାଙ୍କ ଗୋଡ ଫସିଯାଇଥିଲା । ଦୁଇଜଣ ବୁଡିବାକୁ ଯାଉଥିବାେଳେ ପାଟିଶୁଣି କାକା ମହମ୍ମଦ ସାହିଦ ବଂଚାଇବାକୁ ପାଣି ଭିତରକୁ ଯାଇଥିଲେ । କିନ୍ତୁ ସେ ମଧ୍ୟ ଚୋରାବାଲିରେ ଫସି ଯାଇ ବୁଡି ଯାଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ଖୋଜାଖୋଜି କରୁଥିଲେ ଅନ୍ଧାର ଯୋଗୁଁ ଏହା ସ୍ଥଗିତ ରହିଛି । ବର୍ତମାନ ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳିପାରିନାହିଁ ।