କନକ ବ୍ୟୁରୋ : ଗୋଟିଏ ପରିବାରର ୩ଜଣ ଏକାସାଥୀରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବରଗଡ ଜିଲ୍ଲାରୁ ଆସିଛି ଏଭଳି ଖବର । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଦ୍ୟ ସୂଚନା ମୁତାବକ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ସେପଟେ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବରଗଡ ଜିଲ୍ଲା ସୋହେଲା ଥାନା ମାଷ୍ଟରପଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହେଲେ ପରିବାରର ୩ଜଣ ସଦସ୍ୟ ଏକାସାଥୀରେ କାହିଁକି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।